ନିର୍ବାଚନ ଜିତିଲେ ଚାଷୀଙ୍କୁ ଖୁସି କରିବେ ନିରଞ୍ଜନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ୫ଟି ରାଜ୍ୟର ଘୋଷିତ ନିର୍ବାଚନ ଫଳାଫଳ ବିଜେପି କୁ ଝଟକା ଦେବାପରେ ଏହି ହାର ପାଇଁ ଚାଷୀ ମାନଙ୍କ ପ୍ରତି ହୋଇଥିବା ଅବହେଳାରୁ ବିଜେପି ଏହି ପରିଣାମ ଭୋଗିଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ତିନୋଟି ରାଜ୍ୟରେ କଂଗ୍ରେସ ର ସଫଳତା ପରେ ପ୍ରଦେଶ କଂଗ୍ରେସ ମଧ୍ୟ ସଞ୍ଜୀବନି ପାଇଲା ପରି ହୃଦବୋଧ ହେଉଛି । କଂଗ୍ରେସର କାଲିର ସଫଳତା ପରେ ବାଣ, ବାଜା, ନାଚ ଓ ମିଠା ଖୁଆଖୁଇ ହୋଇ ଖୁସି ମାନଇଥିଲେ ।

ସେହିପରି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ୱେଦନହୀନ ରାଜନୀତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ । ଗତକାଲିର ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଯାଇଛି । ଓଡିଶାରେ ଚାଷୀମାନେ ଗୁରୁତର ଆଥିର୍କ ସମସ୍ୟା ଦେଇ ଗତି କରୁଛନ୍ତି । ବାରମ୍ୱାର ଚାଷୀ ଆମିହତ୍ୟା ଭଳି ଘଟଣା ଘଟୁଛି । ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୋଲସି ଲଗାଇ ଜୁଲମ କରାଯାଉଛି” ବୋଲି ସେ କହିଛନ୍ତି ।

ତେଣୁ ଆଗାମୀ ନିର୍ବାଚନରେ ବିଜେଡ଼ି ଚାଷୀଙ୍କ ପ୍ରତି କରିଥିବା ଅବହେଳା ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ ବୋଲି ମଧ୍ୟ ନିରଞ୍ଜନ କହିଛନ୍ତି ।ଏହାସହିତ ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ହିଁ ସରକାର ଗଢ଼ିବା ସହ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ‌ ପ୍ରଦାନ କରିବ ତଥା ଚାଷୀଙ୍କୁ କ୍ରମାଗତ ୫ବର୍ଷ ପାଇଁ ଆଥିର୍କ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛନ୍ତି ।

ପିସିସି ମିଡିଆ ସେଲ‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରୁ ବିଜେପି ଶିକ୍ଷାଲାଭ କରିବା ଉଚିତ‌ । ଯୁବଶକ୍ତିକୁ ରୋଜଗାର, ମହିଳାଙ୍କ ସୁରକ୍ଷା ଏବଂ ସାମଗ୍ରିକ ବିକାଶ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.