ଭଣ୍ଡାରିପୋଖରୀ ପ୍ରତେକ ହୃଦୟରେ ସତ୍ୟପ୍ରକାଶ, ସରଗରମ ହେଲା ରାଜନୀତି

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଓ ଇସ୍ତାହାର କମିଟିର ସଦସ୍ୟ ସତ୍ୟପ୍ରକାଶ ନାୟକ ଆଜି ଭଣ୍ଡାରିପୋଖରୀ ରେ ଏକ ବିଶାଳ ଯୁବ ଅଧିକାର ର‌୍ୟାଲି ଓ ସମାବେଶ କରିଥିଲେ । ଏହି ଯୁବ ଅଧିକାର ର‌୍ୟାଲିଟି ଏତେ ବିଶାଳ ଥିଲାଯେ ଯାହାକୁ ଦେଖି ପୁରୁଖା ନେତାଙ୍କ ହୋସ ଉଡିଯାଇଛି । ପ୍ରାୟ ୭୦୦ ମୋଟର ସାଇକେଲ୍‍ରେ ଓ ୩୦ ବୋଲେରୋ ଗାଡ଼ିରେ ୧୦୦୦ରୁ ଅଧିକ ଯୁବ ସମର୍ଥକ ଏହି ର‌୍ୟାଲି ରେ ଯୋଗଦାନ କରିଥିଲେ ।

ସୂଚନା ଅନୁଯାୟୀ, ସତ୍ୟପ୍ରକାଶଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀର କେନ୍ଦୁଆପଦାଠାରୁ ଏକ ବିଶାଳ ଯୁବ ଅଧିକାର ର‌୍ୟାଲି ବାହାରି ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଶୋଭାଯାତ୍ରା ପରିକ୍ରମା କରିଥିଲା । ଏହା କେନ୍ଦୁଆପଦାଠାରୁ ବାହାରି ଷେଣ୍ଢତୀରା, ନୀଳକ ଦେଇ ବନ୍ତ ବଜାରଠାରେ ଆୟୋଜିତ ସମାବେଶରେ ପହଞ୍ଚିଥିଲା । ଏହି ର‌୍ୟାଲି ରେ ସେ କଂଗ୍ରେସର ଦଳୀୟ ପତାକା ବ୍ୟବହାର କରିନଥିଲେ । ଯାହାକି ସେ ଅଞ୍ଚଳ ବାସୀଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଉଥିଲା । ଆଗାମୀ ନିର୍ବାଚନ ରେ ସେ ଭଣ୍ଡାରିପୋଖରୀର କଂଗ୍ରେସ ପ୍ରାର୍ଥୀ ହେବେ ବୋଲି କହିନଥିଲେ ମଧ୍ୟ ର‌୍ୟାଲି ଓ ସମାବେଶରୁ ଏହାର ସ୍ପଷ୍ଟ ଆଭାସ ମିଳୁଛି ।

ସତ୍ୟପ୍ରକାଶ ଜଣେ ସ୍ପଷ୍ଟବାଦୀ ଓ ଦକ୍ଷ ସାମ୍ବାଦିକ ଭାବେ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଭଣ୍ଡାରୀପୋଖରୀରୁ ନିର୍ବାଚିତ ବିଜେଡିର ପ୍ରଫୁଲ୍ଲ ସାମଲଙ୍କ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗର ଖୁଲାସା କରି ସତ୍ୟପ୍ରକାଶ ଖୁବ ପ୍ରଶଂସା ସାଉଁଟିଥିଲେ । ତେଣୁ ଭଣ୍ଡାରୀପୋଖରୀ ରାଜନୀତିରେ ସତ୍ୟପ୍ରକାଶ ନିଜର ଏକ ଖାସ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ ବୋଲି ସମସ୍ତେ ଆଶାବାଦୀ ।

Leave A Reply

Your email address will not be published.