ଜାଣିଛନ୍ତି କି ଆପଣ ଏହି ୩ଟି ଜିନିଷ ସବୁବେଳେ କରିବେ ନାହିଁ ବୋଲି ଶପଥ ନିଅନ୍ତି ମାତ୍ର ତାହା କେବେ କରିପାରନ୍ତିନି ପୂରଣ

0

ସାଧାରଣ ଜୀବନରେ ଜଣେ ଅନ୍ୟଜଣଙ୍କୁ କିଛି ନା କିଛି ପ୍ରତିଜ୍ଞା କରିଥାଏ। ତେବେ ଏମିତି କିଛି ଶପଥ ଅଛି ଯାହା ଆପଣ କରିଥାଆନ୍ତି ଏବଂ ଭାଙ୍ଗି ମଧ୍ୟ ଦେଇଥାନ୍ତି। ତଫାତ୍‍ ବାସ୍‍ ଏତିକି ଯେ ଆପଣ ଅନ୍ୟ କାହା ସହ ନୁହଁ ନିଜ ସହ ଏହି ଶପଥ କରିଥାନ୍ତି। ତେବେ ଜାଣନ୍ତୁ ଏହି ୩ଟି ଶପଥର ଲିଷ୍ଟ ଯାହା ଆପଣ ନିଜ ସହ ବହୁ ବାର କରନ୍ତି ଏବଂ ତାକୁ ପୂରଣ କରି ନପାରିିଁ ଭାଙ୍ଗିଦେଇଥା’ନ୍ତି।

ନିଶାଦ୍ରବ୍ୟ ସେବନ କାଲି ଠୁ ବନ୍ଦ:
ହୁଏତ ଏହା ଆପଣଙ୍କୁ ବି ଜଣା ନଥିବ ନିଜ ସହ କେତେ ଥର ଏହି ଶପଥ କରିଥିବେ କି ହଁ କାଲିଠୁ ସିଗାରେଟ୍‍ ଟାଣିବା ଛାଡ଼ିଦେବି। କିନ୍ତୁ ଜଣା ନାହିଁ ଏହି କାଲିଟି କେବେ ଆସିବ। ପ୍ରାୟତଃ ଆପଣଙ୍କର ସେହି କାଲି କେବେ କେବେ ଆସିଯାଉଥିବ କିନ୍ତୁ କିଛି ଦିନ ପରେ ସେହିଭଳି ଆପଣ ସିଗାରେଟ ଟାଣିବା ଆରମ୍ଭ କରିଦେଇଥାନ୍ତି।

ଆଜିଠୁ ଜଲ୍‍ଦି ଉଠିବି:
ଆପଣ ବହୁ ବାର ନିଜ ସହ ଶପଥ କରିଥିବେ କି ମୁଁ ଆଜିଠୁ ଜଲଦି ଉଠିବି ହେଲେ ନିଜର ଅଳସୁଆମି ଯୋଗୁଁ ଆପଣ ସେ ଶପଥକୁ ଭାଙ୍ଗିଦେଇଥାନ୍ତି।

କାଲିଠୁ ବାହାର ଖାଇବା ବନ୍ଦ:
ଗ୍ୟାସ୍‍ ଜନିତ ସମସ୍ୟାରୁ ଲୋକେ ବଞ୍ଚିବା ପାଇଁ ଏହି ଗୋଟିଏ ଶପଥ ନିଜ ସହ ସବୁବେଳେ କରିଥାନ୍ତି କି ଆଜି ଠୁ ଆଉ ବାହାର ଜିନିଷ ଖାଇବି ନାହିଁ କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଘରେ ରୋଷେଇ ନ କରି ପାରି ବାହାର ଜିନିଷ ଖାଇଦିଅନ୍ତି ଏବଂ ଶପଥ ଭାଙ୍ଗିଯାଇଥାଏ। ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାନ୍ତି।

SOA post below
Leave a comment