ଯୁବ ବିଧାୟକଙ୍କ ଓ ମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟାର ପ୍ରଭାବରେ ଉପୁଜିଥିବା ବନ୍ୟା ପରିସ୍ଥିତି ରେ ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାର ସ୍ଥିତି ଗମ୍ଭୀର ଅଛି । ସେହିପରି ଗଜପତି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବନ୍ୟାରୁ ଅନେକ କ୍ଷୟକ୍ଷତି ହୋଇଛି । ଏହି ସବୁ ଜିଲ୍ଲାର କ୍ଷୟକ୍ଷତି ଆକଳନ ଓ ରିଲିଫ ବଣ୍ଟନରେ ଯେପରି କୌଣସି ଅସୁବିଧା ନହୁଏ ସେ ସମ୍ୱନ୍ଧରେ ଯାଜପୁର ର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ସମୀକ୍ଷା କରିଛନ୍ତି । ସେମାନେ ଗଜପତି, ଗୁଣପୁର ଓ ପାରଳାଖେମୁଣ୍ଡି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅସୁବିଧା ବୁଝିବା ସହ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସାନ୍ତ୍ୱନା ଦେବା ସହ ମୃତଙ୍କ ପରିବାକୁ ଆଶ୍ୱାସନା ଦେଇଥିଲେ । ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏସମ୍ୱନ୍ଧରେ ପାରଳାଖେମୁଣ୍ଡି ରେ ଜିଲ୍ଲାପାଳ ଙ୍କୁ ସଜାଗ ରହି ବନ୍ୟା ପିଡ଼ିତଙ୍କ ସମସ୍ୟାକୁ ସମାଧାନ କରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ତଦାରଖ କରିଥିବା ବେଳେ ଏହି ଯୁବ ବିଧାୟକ ଓ ଶକ୍ତି ମନ୍ତ୍ରୀ ଗ୍ରାଉଣ୍ଡ ଜିରୋରୁ ତଦାରଖ କରି ଜିଲ୍ଲାପାଳଙ୍କ ସହ ଏସମ୍ୱନ୍ଧରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.