କୋଭିଡ୍ କଟକଣା ଭାଙ୍ଗିଲେ ଛାତ୍ର ଓ ଯୁବ କଂଗ୍ରେସ ନେତା, କ୍ୟାପିଟାଲ୍ ଥାନାରେ ମାମଲା

0

(ଓଡିଶା ଫାଷ୍ଟ) ବ୍ୟୁରୋ: ହଥରସ ନିର୍ମମ ଘଟଣା ସାମ୍ନାକୁ ଆସିବା ପରେ ଭୁବନେଶ୍ୱର ଛାତ୍ର ଓ ଯୁବ କଂଗ୍ରେସ ବିକ୍ଷୋଭ କରିଥିଲା । ତେବେ ବିକ୍ଷୋଭ ସମୟରେ କୋଭିଡ୍ କଟକଣା ଉଲଂଘନ ହୋଇଥିବା ଦେଖା ଯାଇଥିଲା । କୋଭିଡ କଟକଣାକୁ ଉଲଂଘନ ଅଭିଯୋଗରେ ୨୨ ଜଣଙ୍କ ବିରୋଧରେ କ୍ୟାପିଟାଲ ଥାନା ମାମଲା ରୁଜୁ ହୋଇଛି । କୋର୍ଟରେ ହାଜର ହେବାକୁ ଏମାନଙ୍କ ପୋଲିସର ନିର୍ଦ୍ଦେଶ ମିଳିଛି । ଛାତ୍ର କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ଓ ଆଜି ମଧ୍ୟ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ କୋଭିଡ କଟକଣାକୁ ଉଲଘଂନ କରି ହୋଇଥିଲା ବିକ୍ଷୋଭରେ ୩୦ରୁ ଅଧିକ ଛାତ୍ର ଓ ଯୁବ ନେତା ସାମିଲ ଥିଲେ । ଏମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.